ବିଶିଷ୍ଟ ଗବେଷକ ଡ. ଅରବିନ୍ଦ ପଟ୍ଟନାୟକ ପାଇଲେ ୪ର୍ଥ ନଗେନ୍ଦ୍ରନାଥ ସମୃତି ସମ୍ମାନ

ବିଶିଷ୍ଟ ସାହିତ୍ୟ ସାଧକ, ଗବେଷକ, ସମାଜସେବୀ ତଥା ସଂଗଠକ ସ୍ବର୍ଗତଃ ଡ. ନଗେନ୍ଦ୍ରନାଥ ପ୍ରଧାନଙ୍କ ୮୬ତମ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ

ବିଶିଷ୍ଟ ଗବେଷକ ଡ. ଅରବିନ୍ଦ ପଟ୍ଟନାୟକ ପାଇଲେ ୪ର୍ଥ ନଗେନ୍ଦ୍ରନାଥ ସମୃତି ସମ୍ମାନ

ଭୁବନେଶ୍ବର, ବିଶିଷ୍ଟ ସାହିତ୍ୟ ସାଧକ, ଗବେଷକ, ସମାଜସେବୀ ତଥା ସଂଗଠକ ସ୍ବର୍ଗତଃ ଡ. ନଗେନ୍ଦ୍ରନାଥ ପ୍ରଧାନଙ୍କ ୮୬ତମ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅଖୁଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଦ୍ୱାରା ଅନଲାଇନ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ, ଗବେଷକ ତଥା କୃତବିଦ୍ୟ ସ୍ରଷ୍ଟା ଡ. ଅରବିନ୍ଦ ପଟ୍ଟନାୟକଙ୍କୁ ୪ର୍ଥ ନଗେନ୍ଦ୍ରନାଥ ସୂମୃତି ସମ୍ମାନ-୨୦୨୧ରେ ସମ୍ମାନିତ କରିବାସହ ମାନପତ୍ର, ଉପଢୌକନ, ନାରିକେଳ, ଡ. ପ୍ରଧାନଙ୍କ କିଛି ଗ୍ରନ୍ଥ ସହିତ ଟ. ୧୧୧୧୧/-କା ଅର୍ଥରାଶି ପ୍ରଦାନ କରାଯାଇଅଛି । 

ଓଡ଼ିଆ ଲୋକ ସଂସ୍କୃତି, ଲୋକଯାତ୍ରା, ଲୋକ ପରମ୍ପରା ଓ ଲୋକ ଜୀବନ କ୍ଷେତ୍ରରେ ଡ, ପଟ୍ଟନାୟକଙ୍କ ଗବେଷଣା ଅଦ୍ଵିତୀୟ ଅଟେ । ଦିନ ଯାଏ ଦିନ ଆସେ, ହେ ଅତୀତ କଥା କହ, ଠେଙ୍ଗୁଣୀ, ଅୟନାନ୍ତ, ବଳରାମ ଦାସ, ଆମ ପରାଣ କଥା, ଅ ଠାରୁ କ୍ଷ, ସାରଥିର ଶପଥ ଆଦି ଶତାଧିକ ପୁସ୍ତକ ଓ ସହସ୍ରାଧିକ ଗବେଷଣାମୁକ ପ୍ରବନ୍ଧ ଓ । କବିତା ସେ ଲେଖୁଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ସାହିତ୍ୟିକ ପ୍ରାଧାପକ ଡ. ରାଜକିଶୋର ମିଶ୍ର, ଗଞ୍ଜାମର ବିଶିଷ୍ଟ କବି ଦିଲ୍ଲୀପ ଦାସ ଏବଂ ଡ. ନଗେନ୍ଦ୍ରନାଥ ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ବସନ୍ତ କୁମାରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରଯାଇଥିଲା। ପରିଷଦର ଅଧ୍ୟକ୍ଷ ଡ. ରମେଶ ପତ୍ରୀ ଶାରୀରିକ ଅସୁସ୍ଥତା ଯୋଗୁଁ ଯୋଗ ଦେଇ ନପାରିବାରୁ ଭିଡ଼ିଓ ମାଧ୍ୟମରେ ନିଜର ବକ୍ତବ୍ୟ ରଖୁଲେ । 

ପରିଷଦର ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀ ବୈଷ୍ଣବ ଚରଣ ମହାନ୍ତି ଏବଂ ଭାରତ ସରକାରଙ୍କ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଡ. ପଟ୍ଟନାୟକଙ୍କ କୃତି ଉପରେ ଏବଂ ଡ. ପ୍ରଧାନଙ୍କ ଜୀବନର ବିବିଧ ଦିଗ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦବ୍ୟତୀତ ବିଶିଷ୍ଟ ସଂସ୍କୃତ ବିଦ୍ବାନ ଶ୍ରୀ ଗୌତମ ମହାରଣା ଏବଂ ରାମଚନ୍ଦ୍ର ମର୍ଦରାଜ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଡ. ପ୍ରକାଶଚନ୍ଦ୍ର ପାଣିଗ୍ରାହୀ ମ ଡ, ପ୍ରଧାନଙ୍କ ସୂମୃତିଚାରଣ କରିଥିଲେ। 

ପରିଷଦର ସଂଗଠନ ସମ୍ପାଦକ ଶ୍ରୀ ନାରାୟଣ ନାୟକ, ସହସମ୍ପାଦକ ଇଂ, ସତ୍ୟଜିତ ନାୟକ, କୋଷାଧ୍ୟକ୍ଷ ଇଂ ପ୍ରଦୀପ୍ତ କୁମାର ଦାସ, ଇଂ, ବିରଞ୍ଚିନାରାୟଣ ପ୍ରଧାନ, ଓମପ୍ରକାଶ ବିଶ୍ୱାଳ, ସୁବର୍ଣ୍ଣରେଖା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଜୁମ ଆପ ଓ ଫେସ୍‌ବୁକ ଲାଇଭ ମାଧ୍ୟମରେ ଶତାଧୁକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଦେଖୁଲେ। 
Tags:

Post a Comment

Please do not enter any spam link in the comment box.

[disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget